
ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୀବନାଦର୍ଶ ଓ ସାହିତ୍ୟାଦର୍ଶ ଏଯାବତ ଓଡ଼ିଆ ସାହିତ୍ୟରେ ମାଇଲଖୁଣ୍ଟି ହୋଇ ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ l ସେ ଯେଭଳି ଜୀବନବାଦୀ ଶିଳ୍ପୀ, ସେହିପରି ମଧ୍ୟ ପ୍ରକୃତିର ମହାନ ଚିତ୍ରକର l ପ୍ରକୃତିକୁ ଏତେ ଜୀବନ୍ତ, ପ୍ରାଣବନ୍ତ ଓ ଅସାଧାରଣ ଭାବେ ଗଢିତୋଳିବାରେ ସେ ଥିଲେ ଅନନ୍ୟ ଓ ଅସାଧାରଣ l ମାତୃଭୂମି ଓ ମାତୃଭାଷାର ବନ୍ଦନାରେ ସଦା ନିର୍ଲିପ୍ତ ଥିବା ଏହି ମହାନ ଜାତିପ୍ରେମୀ ସାହିତ୍ୟସାଧକଙ୍କର କାଳଜୟୀ ସାହିତ୍ୟକୃତି ଗୁଡିକର ଆକଳନ ଏହାର ପରିସରଭୁକ୍ତ l
- Teacher: Dr. Hemalata Behera
- Teacher: Dr Jayanta Kumar Das
- Teacher: Prahallada Khilla

- Teacher: Dr. Hemalata Behera
- Teacher: Dr Jayanta Kumar Das
- Teacher: Prahallada Khilla

ତୁଳନାତ୍ମକ ସାହିତ୍ୟର ପରିସର ଖୁବ ବ୍ୟାପକ l ତୁଳନାତ୍ମକ ଅଧ୍ୟୟନ ମାଧ୍ୟମଦେଇ ଖୁବ ସହଜରେ ଦୁଇଟି ଭିନ୍ନ ଭାଷା, ଭିନ୍ନ ସାହିତ୍ୟ, ଦୁଇଟି ଭିନ୍ନ ଭାଷାର ସାହିତ୍ୟିକଙ୍କ ସୃଜନ ସୃଷ୍ଟି, ଜୀବନ ଶୈଳୀ, ମନସ୍ତତ୍ତ୍ୱ, ସାମାଜିକ ପରିବେଶ, ଅଧ୍ୟାତ୍ମକ ପରିବେଶ, ଶୈଖିକ ପରିବେଶ ଆଦି ବିବିଧ ବିଷୟକୁ ନେଇ ସମାନ୍ତରାଳ ଅଧ୍ୟୟନ ପୂର୍ବକ ବଙ୍ଗୀୟ ଭାଷାର ଚର୍ଚ୍ଚିତ ବ୍ୟକ୍ତିତ୍ୱ ନୋବେଲ ପୁରସ୍କାର ବିଜୟୀ ରବୀନ୍ଦ୍ରନାଥ ଓ ଓଡ଼ିଆ ଭାଷାର ପ୍ରଥିତ ଯଶା କବି ଲକ୍ଷ୍ମୀକାନ୍ତଙ୍କ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ ହୋଇଛି l ଏଥିରେ ତନ୍ନ ତନ୍ନ ଭାବରେ ଉଭୟ କବିଙ୍କ ଜନ୍ମ ଜୀବନୀ, ଜୀବନ ଶୈଳୀ, ଦର୍ଶନ, ଚିନ୍ତନ, ସୃଜନ, ଲେଖକୀୟ ପ୍ରତିଭା ଆଦିରେ କିଭଳି ସାମଞ୍ଜସ୍ୟ ପରିଲକ୍ଷିତ ହେଇଛି ଓ ଉଭୟ କବିଙ୍କ କାବ୍ୟିକ ବିଚାରଧାରାକୁ ତାତ୍ତ୍ୱିକ ଭାବରେ ତଉଲା ଯାଇଛି l
- Teacher: Dr. Hemalata Behera

Its about Fakir mohan's prose
- Teacher: Dr Jayanta Kumar Das

ଏହି ବିଷୟଟି ଲୋକ ସଂସ୍କୃତି ଓ ଲୋକ ସାହିତ୍ୟ ସମ୍ୱନ୍ଧୀୟ ଅନେକ ତଥ୍ୟକୁ ନେଇ ଆଧାରିତ l ଏହା ଦୁଇଟି ପର୍ଯ୍ୟାୟରେ ବିଭାଜିତ l ପ୍ରଥମ ପର୍ଯ୍ୟାୟରେ ଲୋକସଂସ୍କୃତି ଓ ଲୋକ ସାହିତ୍ୟ କଣ ସେ ବିଷୟରେ ଏକ ଅବଧାରଣା ଦେବ l ଦ୍ୱିତୀୟ ପର୍ଯ୍ୟାୟରେ ଲୋକ ସାହିତ୍ୟର ଅନ୍ୟତମ ବଳିଷ୍ଠ ବିଭବ ଲୋକଗୀତ, ଏହା କେମିତି ପ୍ରାତ୍ୟହିକ ସମାଜ ଜୀବନର ଜୀବନ୍ତ ଆଲେଖ୍ୟକୁ ବହନ କରି ରୂପ ପାଇଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟାତ୍ମକ ଓ ତାତ୍ତ୍ୱିକ ବ୍ୟାଖ୍ୟା ଏଥିରେ କରାଯାଇଛି l
- Teacher: Dr. Hemalata Behera

ସଚ୍ଚିଦାନନ୍ଦ ରାଉତରାୟ ହେଉଛନ୍ତି ଆଧୁନିକ କବିମାନଙ୍କର କବି। ତାଙ୍କ କବିତା ସଂକଳନ 'ପାଣ୍ଡୁଲିପି' ଏକଦା ଓଡ଼ିଆ ସାହିତ୍ୟର ମୋଡ଼ ପରିବର୍ତ୍ତନ କରିଦେଇଥିଲା। ପ୍ରାରମ୍ଭିକ କାଳରେ ପାଥେୟ ସଂକଳନରେ ଥିବା ରୋମାଣ୍ଟିକ ଚେତନା ପ୍ରଗତିବାଦୀ ସାହିତ୍ୟ ବାଟଦେଇ ବାସ୍ତବବାଦୀ ଚେତନାରେ ମୁଖରିତ। ଏପରିକି ତାଙ୍କ କବିତାରେ ଥିବା ପ୍ରତୀକ, ଚିତ୍ରକଳ୍ବ ଓ ନୂତନ ଛନ୍ଦ ପାଇଁ ସେ ଓଡ଼ିଶାର ପାଠକଙ୍କ ହୃଦୟରେ ଚିରକାଳ ଥିବେ।
- Teacher: Debashis Patra

"Folklorists focus on the study of human creativity within specific cultural and social contexts, including how such expressions (i.e. stories, music, material culture and festivals) are linked to political, religious, ethnic, regional, and other forms of group identity."
- Teacher: Prahallada Khilla

ଓଡ଼ିଆ ଅସ୍ତିତ୍ବ ଓ ଅସ୍ମିତାର ପ୍ରତୀକ ହେଉଛନ୍ତି ଫକୀରମୋହନ ସେନାପତି।
ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ସହିତ ଜାତୀୟ ଚେତନାର ରୂପକାର ଭାବରେ ସେ ସ୍ବତନ୍ତ୍ର ସ୍ଥାନର ଅଧିକାରୀ। ତାଙ୍କର ଘଟଣା ବହୁଳ ଜୀବନରେ ଅନେକ ବାଧାବିଘ୍ନ ସତ୍ତ୍ଵେ ସେ ଭାଙ୍ଗି ପଡ଼ିନାହାନ୍ତି ବରଂ ସ୍ବାଭିମାନର ସହିତ ସମସ୍ତ ଦୁଃସ୍ଥିତି ବିରୁଦ୍ଧରେ ସଂଗ୍ରାମ କରି ଓଡ଼ିଆ ଜାତିପାଇଁ ପ୍ରେରଣାଦାୟୀ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଙ୍କ ସାହିତ୍ୟ ମଧ୍ୟ ଅତ୍ୟନ୍ତ ଜୀବନଧର୍ମୀ ଯାହା ସାଧାରଣ ମଣିଷର ବ୍ୟଥା ଓ ଗାଥା ବଖାଣିବାରେ ସମର୍ଥ।
- Teacher: Debashis Patra