ଫକିର ମୋହନ ସେନାପତିଙ୍କ ଉପନ୍ୟାସ ..........

ଛ' ମାଣ ଆଠ ଗୁଣ୍ଠ ଓଡ଼ିଆ ଉପନ୍ୟାସ ସାହିତ୍ୟର ଗର୍ବ ଓ ଗୌରବ। ଛ' ମାଣ ଆଠ ଗୁଣ୍ଠର ମୁଖ୍ଯ ବିଷୟବସ୍ତୁ ଯଦିଓ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ୧୮୪୦ ମସିହା ମଧ୍ଯରେ ସୀମିତ, ତଥାପି ଲେଖକ ବିଭିନ୍ନ ସ୍ଥାନରେ ସମକାଳୀନ ଓଡ଼ିଶାର ବହୁକଥା ଏଥିରେ ଉଲ୍ଲେଖ କରିଛନ୍ତି। ଏହା ଏକ ସାମାଜିକ ଉପନ୍ୟାସ। ସମସାମୟିକ ଜମିଦାରମାନଙ୍କର ନିଷ୍ଠୁରତାର ଏକ ଜୀବନ୍ତ ଚିତ୍ର ଏହି ଉପନ୍ୟାସରେ ଉଲ୍ଲେଖ। ଫକୀରମୋହନଙ୍କ ଛ' ମାଣ ଆଠ ଗୁଣ୍ଠ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ନୂତନ କ୍ରାନ୍ତି। ଏହା ଏକ ଯୁଗୋପଯୋଗୀ ସାମାଜିକ ଉପନ୍ୟାସ ଯାହା ଓଡ଼ିଶାର ଗ୍ରାମାଞ୍ଚଳର ଚିତ୍ର ବହନ କରି ଗଢ଼ି ଉଠିଛି।